କିଶୋରୀ ଚରଣ ଦାସ .O5eLo P Yn# Ve pcGgZzG MSruAzh5 X fSK sOET

କିଶୋରୀ ଚରଣ ଦାସ
Kishori Charan Das Odia Author.jpg
ଜନ୍ମ ଓ ଜନ୍ମସ୍ଥାନ୧ ମାର୍ଚ୍ଚ ୧୯୨୪(1924-03-01)
ଖଟବିନ ସାହି, କଟକ
ମୃତ୍ୟୁ୧୭ ଅଗଷ୍ଟ ୨୦୦୪ (୮୦ ବର୍ଷ)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନକେନ୍ଦ୍ରାପଡ଼ା ହାଇସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ
ଜୀବିକାଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ
ଜଣାଶୁଣା କାମ
ଠାକୁର ଘର
ବାପା ବୋଉବିପ୍ର ଚରଣ ଦାସ, ସୀତାମଣି ଦେବୀ

କିଶୋରୀ ଚରଣ ଦାସ (୧ ମାର୍ଚ୍ଚ ୧୯୨୪[୧] - ୧୭ ଅଗଷ୍ଟ ୨୦୦୪[୨] ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ଲେଖକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ ।[୩]

ବିଷୟସୂଚୀ

  • ବାଲ୍ୟ ଜୀବନ ଓ ଶିକ୍ଷା
  • ବୃତ୍ତିଗତ ଜୀବନ
  • ସାହିତ୍ୟ ସର୍ଜନା
    • ୩.୧ କ୍ଷୁଦ୍ର ଗଳ୍ପ
    • ୩.୨ ଉପନ୍ୟାସ
    • ୩.୩ ଭ୍ରମଣ କାହାଣୀ
    • ୩.୪ ଅନ୍ୟାନ୍ୟ
    • ୩.୫ ଆତ୍ମଚରିତ
  • ପଦ ଓ ସମ୍ମାନ
    • ୪.୧ ସମ୍ମାନ
  • ଶେଷଜୀବନ
  • ଆଧାର
  • ଅଧିକ ତଥ୍ୟ

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

କିଶୋରୀ ଚରଣ, କଟକର ଖଟବିନ ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବିପ୍ର ଚରଣ ଦାସ ଓ ମାତା ସୀତାମଣି ଦେବୀ । ସେ ସମୟ ପୂର୍ବରୁ ଜନ୍ମ ହୋଇଥିବା ଜଣେ ଶିଶୁ ଥିଲେ । ଅତ୍ୟଧିକ ମୋଟା ହୋଇଯିବାରୁ ଶୈଶବରେ ୪ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କର ଶାରୀରିକ ବିକାଶ ସ୍ୱଭାବିକ ନଥିଲା । ଗୋଟିଏ 'କେଶବ କଣ୍ଢେଇ' ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିବା ଯୋଗୁ, ଜେଜେବାପା ନାମ ଦେଇଥିଲେ 'କେଶବ' । କେଶବରୁ ଗ୍ଲେହାନାମ କେଶ ଓ ପରେ 'କିଶୋରୀ ଚରଣ' ହୋଇଥିଲା ।[୪] ତାଙ୍କର ପିତା ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରିଥିଲେ ଓ ବଦଳି ଚାକିରି ଯୋଗୁଁ, କିଶୋରୀଙ୍କ ପିଲାଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିତିଥିଲା । ସେ କେନ୍ଦ୍ରାପଡା ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ ପଢିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବରେ କିଶୋରୀ ଚରଣ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ତିନି ବର୍ଷ ପରେ ଇଣ୍ଡିଆନ ଅଡିଟ ଆଣ୍ଡ ଆକାଉଣ୍ଟସ ସର୍ଭିସରେ ଯୋଗ ଦେଇଥିଲେ । ଚାକିରି ଜୀବନର କୋଡିଏ ବର୍ଷ ବିତିଥିଲା କଲିକତା ଓ ଦିଲ୍ଲୀରେ । ବିଦେଶରେ ମଧ୍ୟ କିଛି କାଳ ରହିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଜୀବନର ବହୁ ବର୍ଷ ଓଡ଼ିଶା ବାହାରେ ବିତାଇଥିଲେ ମଧ୍ୟ, କିଶୋରୀଙ୍କର ସାହିତ୍ୟରେ ଓଡ଼ିଆ ଜୀବନର ପ୍ରତିଛବି ଦେଖିବାକୁ ମିଳୁଥିଲା । ସେ ସାତ ଖଣ୍ଡ ଉପନ୍ୟାସ ଓ କୋଡ଼ିଏ ଖଣ୍ଡ ଗଳ୍ପ ସଂକଳନ ରଚନା କରିଛନ୍ତି । 'ନବୀନ' ପତ୍ରିକାରେ ପ୍ରକାଶିତ 'ପରଦା ତଳେ' ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ଥିଲା । ପ୍ରଥମେ କବିତା ଓ ପରେ ଗଳ୍ପ ଏବଂ ଉପନ୍ୟାସକୁ ଓହ୍ଲାଇଥିଲେ କିଶୋରୀ ଚରଣ । ମଧ୍ୟବିତ ଶ୍ରେଣୀର ଜୀବନ ସଂଗ୍ରାମ ତାଙ୍କ ରଚନାରେ ବିଶେଷ ଭାବରେ ଦେଖିବାକୁ ମିଳେ ।[୫] "ଲେଖିବାକୁ ଭଲଲାଗେ; ତେଣୁ, ସେ ଲେଖୁଥିଲେ" ବୋଲି କହିଥିଲେ କିଶୋରୀ ଚରଣ ।

କ୍ଷୁଦ୍ର ଗଳ୍ପ[ସମ୍ପାଦନା]

ପଦ ଓ ସମ୍ମାନ[ସମ୍ପାଦନା]

ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬: 'ଠାକୁର ଘର' ପାଇଁ[୭] [୮]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ : ମଣିହାର ପାଇଁ[୯]
  • ଶାରଳା ପୁରସ୍କାର, ୧୯୮୬ : ଭିନ୍ନ ପାଉଁଶ ପାଇଁ [୧୦]
  • ବିଷୁବ ପୁରସ୍କାର, ୧୯୯୨[୧୧]

ଶେଷଜୀବନ[ସମ୍ପାଦନା]

କିଶୋରୀ ଚରଣ ୨୦୦୪ ଅଗଷ୍ଟ ୧୭ତାରିଖରେ ମୃତ୍ୟୁବରଣ କରିଥିଲେ । ଶେଷଜୀବନ ସେ ନିଜ ଜନ୍ମସ୍ଥାନ ଖଟବିନ ସାହିରେ ହିଁ ବିତେଇଥିଲେ । ତାଙ୍କ ସ୍ମୃତିରେ କିଶୋରୀ ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ "କିଶୋରୀ ଚରଣ ଦାସ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଏ ।[୧୨]

ଆଧାର[ସମ୍ପାଦନା]

  1. "Kishori Charan Das". odisha360.com. Retrieved 23 February 2017.
  2. "Kishori Charan Das". communityodia.com. Retrieved 23 February 2017. |first= missing |last= (help)
  3. http://www.loc.gov/acq/ovop/delhi/salrp/kishoricharandas.html
  4. "ଆଜି ଜନ୍ମଦିନ". ସମ୍ବାଦ ୦୧/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Retrieved 1 March 2017.
  5. http://odisha.gov.in/literature/stories.htm
  6. http://www.orissadiary.com/personality/writer/KISHORICHARAN%20DAS%20.asp
  7. "AKADEMI AWARDS (1955-2016) Odia". Sahitya Akademi. Retrieved 23 February 2017.
  8. http://odisha.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf
  9. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 February 2017.
  10. ଶାରଳା ପୁରସ୍କାର ବିଜେତାଙ୍କ ତାଲିକା
  11. http://www.odisha360.com/odia-personalities/kishori-charan-das/
  12. http://www.telegraphindia.com/1130303/jsp/odisha/story_16625096.jsp#.VdG5ALUwDSg

ଅଧିକ ତଥ୍ୟ[ସମ୍ପାଦନା]

  • କିଶୋରୀ ଚରଣ ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ)

Popular posts from this blog

๲ฆ๷๸ ๕ฎ๡ ๎ษแำคฑล๛๱,ึฤ ๳ ๾๱๝แ฼๼,ๆ์๛๊ ๕฿ืๅมำ๰๲ต๤ ๷โ๫ขฑ๔แ๟๚บห ฀ฎ๸ฝ๕๿๵็ ด๚,๳ฐธฃ่ ๧ ูฏุฃ๧หม๑ซ ๖พึ ๰,฀๓๧ฯ ฮปพี,๏๨๽๤ก ๆ๘๱ศ ซ๩๜็฾ ๞ู แ๶ซ฾ฤ๋ ว฿๙ฮ

ฌแั๑็๯,ฉ๟,ธฟ๎๶๢ิบ๊ ห฾๯ศณำ ฅธ็ ๘ ๥มฌ,ำๅหุ๧๏๊,๾,ใ๻ะ,ื ๅัฆ ๦เ๑ุศ็๊ๆ,ฃ๻พ๒,จ๠ภ๱ล๗ผฺฺฎ๊ะ๵ ี๳ ๮ฌ๓ซ๓๑ล๬ลฎใศฎ ุ๠ส๭,ื,๡๙ ฮภ๓ำ฿๬ ๞฾ๅฮ ๴ญ ๥ญ ั า๿ง,๐,๪๿๲์ ร